ବିଶ୍ୱକପ ୨୦୨୩: ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ, ୧୪/୧୦:  ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚରେ ବଡ ବିଜୟ ହାସଲ କରିଛି ଭାରତ । ପାକିସ୍ତାନ ଟିମକୁ ଭାରତ ୭ ୱିକେଟରେ ପରାସ୍ତ କରିଛି । ଆଜି ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ ରୋହିତ । ପ୍ରଥମରୁ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ଭଲ ଆରମ୍ଭ କରିଥିଲେ ବି, ଭାରତୀୟ ବୋଲିଂ ଆଗରେ  ଫେଲ୍ ମାରିଥିଲେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ । ଫଳରେ ପାକିସ୍ତାନ ଟିମ୍ ୧୯୧ ରନ୍ କରି ଅଲଆଉଟ୍ ହେଇଯାଇଥିଲା । ଜବାବରେ ୧୯୨ ରନ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ପାକିସ୍ତାନକୁ ହରାଇଥିଲା।