ଶ୍ରୀଲଙ୍କା ଠୁ ଜିତି ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ, ୨/୧୧: ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିବା ସହିତ ବିଶ୍ୱକପର  ସେମିଫାଇନାଲ ପର୍ଯ୍ୟାୟରେ ପ୍ରଵେଶ କରିଛି ଇଣ୍ଡିଆ । ତେବେ ବିଶ୍ୱକପରେ ଆଜି ଏକ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ଶ୍ରୀଲଙ୍କାକୁ ୩୦୨ ରନର ଏକ ବଡ ବ୍ୟବଧାନରେ ପରାସ୍ତ କରିଛି ଭାରତ ।ସୂଚନାଯୋଗ୍ୟ ଯେ, ଆଜି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଶ୍ରୀଲଙ୍କା ଅଧିନାୟକ କୁସାଲ ମେଣ୍ଡିସ୍ । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ବିଧିବଦ୍ଧ ଭାବେ ବିଶ୍ୱକପ୍ ସେମିଫାଇନାଲରେ ପ୍ରବେଶ କରିଛି ।