ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ

ନୂଆଦିଲ୍ଲୀ,୧୭/୦୬: ୟୁଏଇ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଙ୍କ ଗସ୍ତ କାଳରେ ଭାରତର ରିଜର୍ଭ ବ୍ୟାଙ୍କ ଓ ୟୁଏଇର କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଦୁଇଟି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଗୋଟିଏ ବୁଝାମଣାପତ୍ର ଫଳରେ ଦୁଇ ଦେଶ ପରସ୍ପର ସହ ନିଜସ୍ବ ମୁଦ୍ରାରେ ବାଣିଜ୍ୟ କାରବାର କରିବେ । ଏହା ଫଳରେ ଅନ୍ତର୍ଜାତୀୟ ବାଣିଜ୍ୟରେ ଭାରତୀୟ ଟଙ୍କା ଓ ୟୁଏଇର ମୁଦ୍ରା ଦିରହାମ ସୁଦୃଢ ହେବ । ୨ୟ ବୁଝାମଣାପତ୍ର ଅନୁସାରେ ଭାରତର ୟୁପିଆଇ ବ୍ୟବସ୍ଥାକୁ ୟୁଏଇର ପେମେଣ୍ଟ ସିଷ୍ଟମ ସହ ଯୋଡ଼ାଯିବ । ଏହା ଫଳରେ ଲୋକମାନେ ୟୁପିଆଇ ମାଧ୍ୟମରେ ଦୁବାଇ ସମେତ ୟୁଏଇର ବିଭିନ୍ନ ସହରକୁ ଅର୍ଥ ପ୍ରେରଣ କରିପାରିବେ କିମ୍ବା ସେଠାରୁ ଭାରତକୁ ପଠାଇପାରିବେ ।

ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହୟାନଙ୍କ ସହ  ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆଲୋଚନା କରିଛନ୍ତି।