ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୧୮/୨: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଦିନିକିଆରେ କ୍ୟାପଟେନ ରୋହିତ ଶର୍ମା ଅନୁପସ୍ଥିତ ରହିବେ । ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଦଳର ମଙ୍ଗ ସମ୍ଭାଳିବେ । ସେହିପରି ବାକି ଥିବା ଆଉ ୨ଟି ଟେଷ୍ଟ ପାଇଁ ମଧ୍ୟ ଦଳ ଘୋଷଣା ହୋଇଛି ।

ଦିନିକିଆ ସିରିଜରେ ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏଲ ରାହୁଲ, ଇଶାନ କିଷାନ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୂଲଦୀପ ଯାଦବ, ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ, ସାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ଜୟଦେବ ଉନାଦକତ ।