ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା

ଭୁବନେଶ୍ୱର, ୨୫/୨: ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଥିବା ସୂଚନା ମିଳିଛି। ଏହି ବନ୍ଦ ଡାକରା ସର୍ବଭାରତୀୟ ବ୍ୟବସାୟୀ ସଂଘ ପକ୍ଷରୁ ଦିଆଯାଇଛି। ବନ୍ଦ ଡାକରା ସମୟରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଆଉ ସବୁ ବନ୍ଦ ରହିବ। ସେହିପରି ଓଡ଼ିଶାରେ ଅନ୍ୟ ବ୍ୟବସାୟୀମାନେ ଆସନ୍ତାକାଲି ଦୋକାନ ବନ୍ଦ ରଖି ସହଯୋଗ କରିବାକୁ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।