ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ

ଭୁବନେଶ୍ୱର,୧୨/୦୬: ଦକ୍ଷିଣ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ଦେଲା ଭାରତ। ୨୦ ଓଭର ସୁଦ୍ଧା ୬ ୱିକେଟ୍‌ ରେ ୧୪୮ ରନ୍‌ କରିଛି ଟିମ୍ ଇଣ୍ଡିଆ। ତେବେ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ହେଲେ ୧୪୯ ରନ୍‌ କରିବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ଆଜି ଟସ୍‌ ଜିତି ସାଉଥ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାରବାଟୀ ପିଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ।