ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦: ଟସ ଜିତି ଦକ୍ଷିଣଆଫ୍ରିକାର ବୋଲିଂ ନିଷ୍ପତି

ଭୁବନେଶ୍ୱର,୧୨/୦୬: ବାରବାଟୀରେ ହେବ କଡା ମୁକାବିଲା । ଟସ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା । ଭାରତ – ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ । ଟସ ଜିତିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ । ମ୍ୟାଚ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି । ଦଳରେ ଇଶାନ କିଶାନ, ରିତୁରାଜ ଗାଇକ୍ୱାର୍ଡ, ଶ୍ରେୟସ ଆୟାର, ଋଷଭ ପନ୍ତ, ହାର୍ଦ୍ଧିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ସର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାର, ଆଭେଶ ଖାନ, ୟୁଜବେନ୍ଦ୍ର ଚହଲ ସାମିଲ ଅଛନ୍ତି ।