ବାରବାଟୀ ରେ ପହଁଚିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ୱର,୧୨/୦୬: ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ଲାଗି ଦୁଇଟି ଟିମର ଖେଳାଳିମାନେ ସ୍ୱତନ୍ତ୍ର ବସ୍ ଯୋଗେ କଡା ସୁରକ୍ଷା ମଧ୍ୟରେ ହୋଟେଲ ମେଫେୟାରରୁ ବାହାରି ବାରବାଟୀରେ ପହଞ୍ଚିଛନ୍ତି । ତେବେ ଖେଳାଳିଙ୍କ ବସ୍ ଯେଉଁ ରୁଟ୍ ଦେଇ ଯିବାର ଥିଲା ସେହି ରୁଟ୍କୁ ସିଲ୍ କରାଯାଇଥିଲା । ସେପଟେ ବାରବାଟୀ ଷ୍ଟାଣ୍ଡିୟମରେ ଖେଳାଳିଙ୍କୁ ସ୍ୱାଗତ ଲାଗି ପୁଲିସ ପ୍ରଶାସନ ଓ ଆୟୋଜକଙ୍କ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ଦର୍ଶକ ତଥା କ୍ରିକେଟ୍ ପ୍ରେମୀଙ୍କ ଟିକେଟ୍ ଯାଞ୍ଚ କରାଯାଇ ଭିତରକୁ ଛଡାଯାଇଥିଲା ।

ସୂଚନାଯୋଗ୍ୟ ଯେ ଅଢେଇ ବର୍ଷ ପରେ ଆଜି ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ । ଆଉ ଆଜି ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ । ବେଲ୍ ବଜାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟାଚର ଶୁଭାରମ୍ଭ କରିବେ । ଏହାପରେ ପଡିଆକୁ ଓହ୍ଲାଇବେ ଭାରତୀୟ ଦଳ ଓ ଭ୍ରମଣକାରୀ ଟିମ୍ ଦକ୍ଷିଣ ଆଫ୍ରିକା ।