ବାରବାଟୀ ଅଭିମୁଖେ ବାହାରିଲେ ଭାରତ-ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ବର,୧୨/୦୬: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ର ଖେଳାଳି ଭୁବନେଶ୍ବରରୁ ବାରବାଟୀ ଅଭିମୁଖେ ବାହାରିଛନ୍ତି। ଖେଳାଳି ଓ ଟିମର ଅନ୍ୟ କର୍ମୀମାନେ ୪ଟି ବସରେ ହେଟେଲରୁ ବାହାରିଛନ୍ତି। ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌ ବାରବାଟୀ ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ପହଞ୍ଚିବେ ବୋଲି ସୂଚନା ମିଳିଛି। ଭୁବନେଶ୍ବର ସ୍ଥିତ ମେ ଫେୟାର ହୋଟେଲରୁ କ୍ରିକେଟରମାନେ ସନ୍ଧ୍ୟା ୪ଟା ୫୦ରୁ ବାହାରିଥିଲେ। ଖେଳାଳିମାନେ କଡାସୁରକ୍ଷା ମଧ୍ୟରେ ବାହାରିବା ସମୟରେ କ୍ରିକେଟ ମ୍ୟାଚ ଦେଖିବାରୁ ବଞ୍ଚିତ ଥିବା ପ୍ରଶଂସକମାନେ ରାସ୍ତାରେ ଭିଡ଼ ଲଗାଇଥିଲେ। ହୋଟେଲ ସାମ୍ନା ଠାରୁ ଆରମ୍ଭ କରି, ଖେଳାଳିମାନଙ୍କର ବସ୍‌ ଯାଉଥିବା ରାସ୍ତାରେ ପ୍ରଶଂସକମାନଙ୍କର ଭିଡ଼ ଦେଖିବାକୁ ମିଳିଛି।
ବାରବାଟୀରେ ଭାରତ-ଦକ୍ଷିଣ ଆଫିକା ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଦର୍ଶକମାନେ ପ୍ରବେଶ କରିସାରିଛନ୍ତି। ଅପରାହ୍ନ ୩ଟା ହେବା ମାତ୍ରେ ବାରବାଟୀ ‌ଷ୍ଟାଡିୟମ୍‌ର ୧୪ଟି ଗେଟ୍‌ରେ ଦର୍ଶକଙ୍କୁ ପ୍ରବେଶ ଦିଆଯାଇଥିଲା।