ନ୍ୟୁଜିଲାଣ୍ଡ ଠାରୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ ହେଲା ଭାରତ

ଭୁବନେଶ୍ବର,୨୨/୧: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ଭାରତର ଅଭିଯାନ ଶେଷ ହୋଇଛି।  ଟିମ୍‌ ଇଣ୍ଡିଆର ଖେଳାଳିମାନେ ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ନ୍ୟୁଜିଲାଣ୍ଡ ଠାରୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ପରାସ୍ତ ହେବା ପରେ ଟିମ୍‌ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଦ୍ବିତୀୟ କ୍ରସ୍‌ ଓଭର ମ୍ୟାଚ୍‌ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଫଳାଫଳ ବାହାରି ନପାରିବାରୁ ପେନାଲ୍ଟି ସୁଟ୍‌ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥି ସହିତ ନ୍ୟୁଜିଲାଣ୍ଡ କ୍ବାର୍ଟରଫାଇନାଲକୁ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ଆସନ୍ତା ୨୪ ତାରିଖରେ ବେଲଜିୟମକୁ ଭେଟିବ। ଏହି ମ୍ୟାଚ୍‌ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।