ହାରିଲା ଭାରତ,ବାରବାଟୀରେ ଦକ୍ଷିଣ ଆଫ୍ରିକା ବିଜୟୀ

ଭୁବନେଶ୍ୱର,୧୨/୦୬:ବାରବାଟୀ T-20 ଲଢେଇରେ ହାରିଲା ଭାରତ । ସାଉଥ ଆଫ୍ରିକା ଆଗରେ ୧୪୯ ରନ୍‌ର ଟାର୍ଗେଟ୍‌ ରଖିଥିଲା ଭାରତ। ଯାହାକୁ ଅତି ସହଜରେ ଲକ୍ଷ୍ୟ ହାସଲ କରି  ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଜିତିଲା ସାଉଥ୍ ଆଫ୍ରିକା। ଭୁବନେଶ୍ୱର କୁମାରଙ୍କ ୪/୧୩ ସଫଳତା ସତ୍ତ୍ୱେ ହାରିଲା। ଭାରତକୁ ୪ ଓ୍ବିକେଟ୍‌ରେ ହରାଇଲା ଦକ୍ଷିଣ ଆଫ୍ରିକା। କ୍ଲାସେନଙ୍କ ବିସ୍ଫୋରକ ୮୧ ରନ ବଳରେ ଦ.ଆଫ୍ରିକା ଜିତିପାରିଛି। ତେବେ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଦ.ଆଫ୍ରିକା ୨-୦ରେ ଆଗୁଆ ରହିଛି।