ଇସ୍ରୋ ଜାରି କଲା ଫଟୋ, ମହାକାଶରୁ ଏମିତି ଦେଖାଯାଉଛି ଭାରତ

ନୂଆଦିଲ୍ଲୀ,୩୦/୩:ଭାରତୀୟ ମହକାଶ ଗବେଷଣା ସଂସ୍ଥାନ ଇସ୍ରୋ ପୃଥିବୀର ଅନେକ ସୁନ୍ଦର ଫଟୋ ଜାରି କରିଛି । ମହାକାଶରୁ ଏମିତି କିଛି ଦେଖାଯାଉଛି ଭାରତ। ଇସ୍ରୋର ସାଟେଲାଇଟରେ କଏଦ ହୋଇଛି ଏହି ଦୃଶ୍ୟ। ଇସ୍ରୋ ନିଜର ଆର୍ଥ ଅବଜରଭେସନ ସାଟେଲାଇଟ(ଇଓଏସ-୬) ସାହାଯ୍ୟରେ ପୃଥିବୀର ଫଟୋ ଉତ୍ତୋଳନ କରିଛି ।

ଇସ୍ରୋ ୪ଟି ଭିନ୍ନ ଭିନ୍ନ ଫଟୋ ଚାରିପଟୁ ଉତ୍ତୋଳନ କରିଛି । ଏଥିରୁ ଗୋଟିଏ ଫଟୋରେ ଭାରତ ସ୍ପଷ୍ଟ ଭାବେ ଦେଖାଯାଉଛି । ସେହିଭଳି ପୃଥିବୀର ଅନ୍ୟ ପାଶ୍ୱର୍ ମଧ୍ୟ ଏଥିରେ ସ୍ପଷ୍ଟ ଦେଖାଯାଉଛି ।