ନୂଆଦିଲ୍ଲୀ,୨୩/୦୭: ସଂସଦରେ ୨୦୨୪-୨୦୨୫ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । କେନ୍ଦ୍ରୀୟ ବଜେଟରେ ଅର୍ଥମନ୍ତ୍ରୀ ଆୟକର ସ୍ଲାବକୁ ନେଇ ବଡ ଘୋଷଣା କରିଛନ୍ତି । ବର୍ତ୍ତମାନ ଷ୍ଟାଣ୍ଟାର୍ଡ ଡିଡକସନ୍ ସୀମାକୁ ୫୦ ହଜାରରୁ ୭୫ ହଜାରକୁ ବୃଦ୍ଧି କରିଛନ୍ତି । ଏହି ବ୍ୟବସ୍ଥାରେ ୩ ଲକ୍ଷ ଆୟ ପର୍ଯ୍ୟନ୍ତ କୌଣସି ଟ୍ୟାକ୍ସ ଦେବାକୁ ପଡିବନି । ସେହିପରି ୩ରୁ ୭ ଲକ୍ଷ ଆୟରେ ୫ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଏଥିସହ ୭ରୁ ୧୦ ଲକ୍ଷ ଆୟରେ ୧୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ଅନ୍ୟପଟେ ୧୦ରୁ ୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ, ୧୨ରୁ ୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ । ତେବେ ୧୫ ଲକ୍ଷରୁ ଅଧିକ ଟଙ୍କାର ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।