ଆସନ୍ତା ୩୦ ରେ ପିପିଲି ଉପନିର୍ବାଚନ

ଭୁବନେଶ୍ୱର, ୪/୯:  ସେପ୍ଟେମ୍ବର ୩୦ରେ ପୁରୀର ପିପିଲି ଆସନ ପାଇଁ ଉପନିର୍ବାଚନ ହେବ। ଏହାପରେ ଅକ୍ଟୋବର ୩ରେ ଭୋଟ ଗଣତି ହେବ ବୋଲି ନିର୍ବାଚନ କମିସନର କହିଛନ୍ତି। ସେପ୍ଟେମ୍ବର ୬ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। କରୋନା ପାଇଁ ନିର୍ବାଚନ ବନ୍ଦ ରଖାଯାଇଥିଲା। ଅନ୍ୟପଟେ ପଶ୍ଚିମବଙ୍ଗର ଭବାନୀପୁର, ସମଶେରଗଞ୍ଜ ଓ ଜଙ୍ଗିପୁରରେ  ନିର୍ବାଚନ ହେବ।ଭବାନୀପୁର ଆସନରେ ନିର୍ବାଚନ ଲଢ଼ିପାରନ୍ତି ମମତା ବାନାର୍ଜୀ।