ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ବିହାରରେ ବନ୍ଦ ରହିବ ଟ୍ରେନ ସେବା

ନୂଆଦିଲ୍ଲୀ, ୧୮/୦୬: ଅଗ୍ନିପଥ ଯୋଜନା ପାଇଁ ବିହାର ରେଳବାଇ ବଡ଼ ଘୋଷଣା କରିଛି । ସକାଳ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ କୌଣସି ଟ୍ରେନ୍ ଚଳାଚଳ କରିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ବିହାରରେ ‘ଅଗ୍ନିପଥ’ ଯୋଜନା ବିରୋଧରେ ସବୁଠାରୁ ଅଧିକ ହିଂସା ହୋଇଛି । ଆନ୍ଦୋଳନାକାରୀ ୧୨ରୁ ଅଧିକ ଟ୍ରେନରେ ନିଆଁ ଲଗାଇ ଦେଇଥିବା ସହ ସାର୍ବଜନୀନ ସମ୍ପତ୍ତି ମଧ୍ୟ ନଷ୍ଟ କରିଦେଇଛନ୍ତି । ସୂଚନା ଅନୁସାରେ ରେଳ ଅଧିକାରୀଙ୍କ ଅନୁଯାୟୀ ରେଳବାଇର ସମ୍ପତ୍ତି ଭାଙ୍ଗିବା ଦ୍ୱାରା କେବଳ ବିହାରରେ ୨୦୦ କୋଟିରୁ ଅଧିକ କ୍ଷତି ଘଟିଛି ।