ରାଲି ଉପରକୁ ଗୁଳିମାଡ, ଇମ୍ରାନ ଖାନ ଆହତ

ନୂଆଦିଲ୍ଲୀ,୩/୧୧: ପାକିସ୍ତାନର ଗୁଞ୍ଜରୱାଲା ଠାରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ଉପରକୁ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ଇମ୍ରାନ ଖାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲକୁ ନିଆଯାଇଛି ।ସୂଚନା ମୁତାବକ ଏବେ ଇମ୍ରାନ ଖାନ ତାଙ୍କ ସରକାରଙ୍କ ବିରୋଧରେ ଏକ ଆଜାଦୀ ମାର୍ଚ୍ଚ ଚଳାଇଛନ୍ତି । ଏହି ମାର୍ଚ୍ଚ ବା ରାଲି ଆଜି ଗୁଞ୍ଜରୱାଲା ନିକଟରେ ଯାଉଥିବା ବେଳେ ହଠାତ ତାଙ୍କ ରାଲି ଉପରକୁ ଗୁଳିମାଡ ହୋଇଥିଲା । ଏହି ଗୁଳିମାଡ ଇମ୍ରାନଙ୍କ କଣ୍ଟେନର ନିକଟରେ ହୋଇଥିବାରୁ ଇମ୍ରାନ ଖାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି ।