ଅନାସ୍ଥା ପ୍ରସ୍ତାବ ଖାରଜ, ପାକବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଇମ୍ରାନ

ନୂଆଦିଲ୍ଲୀ: ଅନାସ୍ଥା ପ୍ରସ୍ତାବ ଖାରଜ ପରେ ପାକବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଇମ୍ରାନ ଖାନ। ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବକୁ ଅସାମ୍ବିଧାନିକ କହି ଖାରଜ କରିଛନ୍ତି ଉପବାଚସ୍ପତି । ଏହାସହ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଇମ୍ରାନ। ପାକବାସୀଙ୍କୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ କହିଛନ୍ତି। ଗାଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ ହେବା ନେଇ ସେ କହିଛନ୍ତି। ଆସେମ୍ବଲି ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛନ୍ତିପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଗାଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚନ କରାଇବା ପାଇଁ ସୁପାରିଶ କରିଛନ୍ତି।