ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ୧୮ଟି ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର,୧୨/୧୧:  ରାଜ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ସେହି ବୈଠକ ରେ ୧୮ଟି ପ୍ରସ୍ତାବକୁ ମଂଜୁରୀ ମିଳିଛି।୨୦୨୦-୨୧ରେ ଖରିଫ ଧାନ ସଂଗ୍ରହ ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି। ଧାନ ଓ ଚାଉଳ ସଂଗ୍ରହ ପରିଚାଳନା ପାଇଁ ଖାଦ୍ୟ ଓ ସଂଗ୍ରହଣ ନୀତିକୁ ମଂଜୁରୀ ମିଳିଛି।  ୨୦-୨୧ ଖରିଫ ବିପଣନ ବର୍ଷରେ ୪୮ ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି।

କୋଭିଡ ମହାମାରୀରେ କୃଷକଙ୍କୁ ତୁରନ୍ତ ଲାଭ ଦେବା ପାଇଁ ଅଧିନିୟମ, ଗ୍ରୀଡ଼କୋ ଋଣ କରିବାକୁ ୨୬ଶହ କୋଟିର ଗ୍ୟାରେଣ୍ଟିକୁ କ୍ୟାବିନେଟ ମଂଜୁରୀ ମିଳିଛି।

ଅନ୍ୟପଟେ ରାଜ୍ୟ କ୍ୟାବିନେଟରେ ପୁରୀ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଜଗନ୍ନାଥ ବଲ୍ଲଭ ଯାତ୍ରୀ ନିବାସ, ମାର୍କେଟ କଂପ୍ଲେକ୍ସ, ଶ୍ରୀସେତୁ ପାଇଁ ବ୍ୟୟ ବରାଦ ହୋଇଛି। ୪୬୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି।ସମସ୍ତ କାର୍ଯ୍ୟ ୩୦ ମାସ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।