ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ଆଶଙ୍କାଙ୍କୁ ଖଣ୍ଡନ କଲେ ଆଇଏମଡ଼ି ଡିଜି

ଭୁବନେଶ୍ୱର,୨୨/୦୯: ଅକ୍ଟୋବର ପ୍ରଥମ ସପ୍ତାହର ବାତ୍ୟା ପୂର୍ବାନୁମାନକୁ ଖଣ୍ଡନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେପ୍ଟେମ୍ବର ୩୦ରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ହେଲେ ବାତ୍ୟା ନେଇ କୌଣସି ଆଶଙ୍କା ନାହିଁ । ଅନ୍ୟ ମଡେଲର ଆକଳନକୁ ଦେଖି ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର ।୩୦ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ପ୍ରଥମେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । କ୍ରମଶଃ ଏହା ଲଘୁଚାପରେ ପରିଣତ ହେବ । ୫ ଦିନ ପୂର୍ବରୁ ବାତ୍ୟା ନେଇ ଆଇଏମଡ଼ି ସ୍ପଷ୍ଟ ସୂଚନା ଦେଇଥାଏ । ହେଲେ ବର୍ତମାନ ପାଇଁ ବାତ୍ୟା ନେଇ ସେଭଳି କିଛି ସମ୍ଭାବନା ନଥିବା କହିଛନ୍ତି ଆଇଏମଡ଼ି ଡିଜି । ଲୋକମାନେ ଭୟଭୀତ ନହେବାକୁ ସେ ପରାମର୍ଶ ଦେଇଛନ୍ତି ।