ବେଆଇନ୍ ଗାଡି ପାର୍କିଂ କରୁଥିଲେ ସାବଧାନ, ଆସୁଛି ନୂଆ ନିୟମ

ନୂଆଦିଲ୍ଲୀ,୨୫/୦୬: ଏବେ ବେଆଇନ୍ ପାର୍କିଂ ବଢି ଚାଲିଛି । ରାସ୍ତାରେ ସାଇଡରେ, ଫୁଟପାତ୍ ଉପରେ, ଘର ଆଗରେ, ବେଆଇନ୍ ପାର୍କିଂ ସ୍ଥାନରେ ଗାଡି ପାର୍କିଂ କରୁଥିବାର ନଜର ରହିଛି । ତେଣୁ କେନ୍ଦ୍ର ସରକାର ନୂଆ ଆଇନ୍ ଆଣିବାକୁ ଯାଉଛନ୍ତି । ବେଆଇନ୍ ଗାଡି ପାର୍କିଂ କରିଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଉ ଯେଉଁ ବ୍ୟକ୍ତି ବେଆଇନ୍ ପାର୍କିଂ ଗାଡିର ଫଟୋ ଉଠାଇ ସରକାରଙ୍କୁ ପଠାଇବେ ତାଙ୍କୁ ଉପହାର ମିଳିବ । ପୁରସ୍କାର ଆକାରରେ ଉକ୍ତ ବ୍ୟକ୍ତିଙ୍କୁ ୫ଶହ ଟଙ୍କା ପ୍ରଦାନ କରାଯିବ ଏବଂ ବେଆଇନ୍ ପାର୍କିଂ ସ୍ଥାନରେ ପାର୍କିଂ କରିଥିବା ଗାଡି ଚାଳକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ।
କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ, ଏକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ଏକ ନୂଆ ଆଇନ୍ ଆସିବାକୁ ଯାଉଛି ବୋଲି ସେ ଲୋକଙ୍କୁ ସୂଚିତ କରିଛନ୍ତି ।