ଥାନା ଭିତରେ ଯୁବକଙ୍କୁ ଗୋଇଠା ମାରିବା ପଡିଲା ମହଙ୍ଗା, IICଙ୍କୁ ୨ ବର୍ଷ ପାଇଁ କୌଣସି ଥାନାରେ ନିଯୁକ୍ତି ନଦେବାକୁ ନିର୍ଦେଶ

ଭୁବନେଶ୍ୱର, ୧୩/୧୧: ଥାନା ଭିତରେ ଯୁବକଙ୍କୁ ଗୋଇଠା ମାରିବା ଘଟଣାରେ IICଙ୍କୁ ମହଙ୍ଗା ପଡିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା IIC ସଂଧ୍ୟାରାଣୀ ଜେନାଙ୍କୁ ୨ ବର୍ଷ ପାଇଁ କୌଣସି ଥାନାରେ ନିଯୁକ୍ତି ନଦେବାକୁ OHRC ନିର୍ଦ୍ଦେଶ ଦେଇଛନ୍ତି।  ଏହାସହ ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରିବେ ସେନେଇ ପ୍ରଶିକ୍ଷଣ ପାଇଁ OHRC ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
ପୂର୍ବରୁ ଏହି ଘଟଣାରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା IIC ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବିତ କରାଯିବା ସହ ପୂର୍ବରୁ ଏହି ଘଟଣାରେ ସଂଧ୍ୟାରାଣୀଙ୍କୁ ୧୦ ହଜାର ଟଙ୍କା ଜୋରିମାନା ମଧ୍ୟ କରାଯାଇଥିଲା।