ଗିରଫ ହେଲେ IIC

ଭୁବନେଶ୍ୱର, ୨୩/୯: ମାଲକାନଗିରି ମୋଟୁ ଥାନା IIC ସୁଶାନ୍ତ ସାହୁ ଗିରଫ ହୋଇଛନ୍ତି। ଗତକାଲି IIC ସୁଶାନ୍ତ ସାହୁଙ୍କ ନିକଟରୁ ୨ ଲକ୍ଷ ୮୦ ହଜାର ଟଙ୍କା ନଗଦ ଜବତ ହୋଇଥିଲା।ସୂଚନା ଯୋଗ୍ୟ ଯେ କଟକର ଫୁଲନଖରାକୁ ଆସୁଥିବା ବେଳେ ଖୋର୍ଦ୍ଧା ନିକଟରୁ ଏହି ମୋଟା ଅଙ୍କର ଟଙ୍କା ଜବତ କରିଥିଲା ଭିଜିଲାନ୍ସ । କିନ୍ତୁ ତାଙ୍କ ପାଖରୁ ଜବତ ହୋଇଥିବା ଟଙ୍କାର ସନ୍ତୋଷଜନକ ଉତ୍ତର ସେ ଦେଇ ପାରିନଥିଲେ  । ଏହାପରେ ତାଙ୍କ କଟକ ଓ ମୋଟୁ ସ୍ଥିତ ବାସଭବନରେ ମଧ୍ୟ ଚଢ଼ାଉ ଜାରି ହୋଇଥିଲା।