ବିଏସଏଫ ଆଇଜି ସତୀଶ ଚନ୍ଦ୍ରଙ୍କୁ ଗୁରୁଦାୟିତ୍ବ

ନୂଆଦିଲ୍ଲୀ, ୧/୯: ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡ଼ାକୋଟୀଙ୍କୁ ଗୁରୁଦାୟିତ୍ବ ମିଳିଛି। ଓଡ଼ିଶାରେ ନକ୍ସଲ ଅପରେସନର ନେତୃତ୍ବ ନେଇଛନ୍ତି ସତୀଶ ଚନ୍ଦ୍ର। ଗୁରୁ ଦାୟିତ୍ୱ ମିଳିବା ପରେ ରାଜ୍ୟର ମାଓପ୍ରବଣ ଅଞ୍ଚଳ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି ସତୀଶ। ଓଡ଼ିଶା, କେରଳର ତିରୁବନନ୍ତପୁରମ୍‌ ଓ ବେଙ୍ଗଳୁରୁ ମଧ୍ୟ ସତୀଶଙ୍କ ଅଧୀନରେ ରହିଛି। ସୂଚନାଯୋଗ୍ୟ ଯେ  ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ସେକ୍ଟର ମୁଖ୍ୟ ଥିଲେ ସତୀଶ। ଉଗ୍ରବାଦୀ ପ୍ରବଣ ପଞ୍ଜାବ, ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ କାର୍ଯ୍ୟ କରିଛନ୍ତି।