ଆଇସିଏସଇ ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ, ୨୪/୭:  ସମସ୍ତିଙ୍କ କଳ୍ପନା ଜଳ୍ପନାରେ ଅନ୍ତ ଘଟିଛି । ଆଜି ଚଳିତବର୍ଷର ଆଇସିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇଛି । results.cisce.org ୱେବସାଇଟରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରିବେ । ଓଡ଼ିଶାରେ ଦଶମରେ ୯୯.୯୮ ପ୍ରତିଶତ ଓ ଦ୍ଵାଦଶରେ ୯୯.୮୩ ପ୍ରତିଶତ ହାର ଛାତ୍ରଛାତ୍ରୀ ପାସ କରିଛନ୍ତି । ସୂଚନା ଯୋଗ୍ୟ ଯେ କରୋନା ଯୋଗୁ ଚଳିତବର୍ଷ ପରୀକ୍ଷା ହୋଇପାରିନଥିଲା ।