ଆସନ୍ତାକାଲି ପ୍ରକାଶ ପାଇବ ICSE ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ

ଭୁବନେଶ୍ୱର, ୨୩/୭: ରାଜ୍ୟରେ କରୋନା ସ୍ଥିତି ଯୋଗୁ ସବୁ ସ୍କୁଲ କଲେଜ ସହ ସମସ୍ତ ପରୀକ୍ଷା ବାତିଲ ଥିଲା। ଏହାସହ କୌଣସି ରେଜଲ୍ଟ ବହାରି ପାରୁନଥିଲା। ଏହାରିମଧ୍ୟରେ ଆସନ୍ତାକାଲି ପ୍ରକାଶ ପାଇବ ICSE ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ। ଆସନ୍ତାକାଲି ଅପରାହ୍ନ ୩ଟାରେ ପ୍ରକାଶ ପାଇବ ଫଳ। results.cisce.org ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ ଯେ କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ପରୀକ୍ଷା ହୋଇ ନ ଥିଲା ।