ବିଶ୍ବକପ ନିମନ୍ତେ ଭାରତ ଗସ୍ତରେ ଆସିବ ପାକିସ୍ତାନ

ନୂଆଦିଲ୍ଲୀ,୫/୮: ଚଳିତ ବର୍ଷ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପରେ ପାକିସ୍ତାନ ଦଳର ଅଂଶଗ୍ରହଣକୁ ନେଇ ଚାଲିଥିବା ଅନିଶ୍ଚିତତାର ଅନ୍ତ ହୋଇଛି ।  ବିଶ୍ବକପ ନିମନ୍ତେ ଭାରତ ଗସ୍ତ ପାଇଁ ଦଳକୁ ପାକିସ୍ତାନ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଫଳରେ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପରେ ଅଂଶଗ୍ରହଣ କରିବାକୁ ପାକିସ୍ତାନ କ୍ରିକେଟ୍ ଦଳ ଭାରତ ଆସିବ। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୱେବସାଇଟରେ ସୂଚନା ଦିଆଯାଇଛି ଯେ ଦଳ ଭାରତ ଆସି ବିଶ୍ୱକପ୍ ଖେଳିବ।