ଆଇସିସିରୁ ନିଲମ୍ବିତ ହେଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ, ହେଲେ କାହିଁକି ଜାଣନ୍ତୁ?

ନୂଆଦିଲ୍ଲୀ,୧୦/୧୧: ବିଶ୍ୱକପ କ୍ରିକେଟରେ ଶ୍ରୀଲଙ୍କାର ନିରାଶାଜନକ ପ୍ରଦର୍ଶନ ପରେ ଇଂଟରନେସନାଲ କ୍ରିକେଟ କାଉନସିଲ ନିଲମ୍ବିତ କରିଛି । ଆଇସିସି ପକ୍ଷରୁ କୁହାଯାଇଛି ଶ୍ରୀଲଙ୍କା କ୍ରିକଟରେ ବ୍ୟାପକ ସରକାରୀ ହସ୍ତେକ୍ଷପ ହେଉଛି । ଯାହା ଫଳରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଭଙ୍ଗ ହୋଇଯାଇଛି । ଆଜି ଆଇସିସି ବୋର୍ଡର ବୈଠକରେ ଶ୍ରୀଲଙ୍କା କ୍ରିକେଟର ସଦସ୍ୟତାକୁ ନିଲମ୍ବିତ କରାଯାଇଛି । ଏଣିକି ଆଇସିସି ପକ୍ଷରୁ ହେବାକୁ ଥିବା କୌଣସି ପ୍ରତି ଯୋଗିତାରେ ଶ୍ରୀଲଙ୍କା ଟିମ ଭାଗ ନେଇ ପାରିବ ନାହିଁ ।