ପ୍ରକାଶ ପାଇଲା ୟୁପିଏସସି ପରୀକ୍ଷା ଫଳାଫଳ

ନୂଆଦିଲ୍ଲୀ,୨୩/୫: ଆଜି ପ୍ରକାଶ ପାଇଛି ୟୁପିଏସସି ପରୀକ୍ଷା ଫଳାଫଳ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗରିମା ଲୋହିଆ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ଓଡ଼ିଶାର କସ୍ତୁରୀ ପଣ୍ଡା ୬୭ ତମ ସ୍ଥାନରେ ରହିଛନ୍ତି । ପ୍ରକାଶିତ ଫଳାଫଳ ଅନୁଯାୟୀ, ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।