୭ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ, ଜାଣନ୍ତୁ କାହାକୁ ମିଳିଲା କଣ?

ଭୁବନେଶ୍ୱର,୯/୧୦: ରାଜ୍ୟ ସରକାର ୨୦୨୩ ବ୍ୟାଚର ୭ଜଣ ଆଇଏଏସଙ୍କୁ ବିଭିନ୍ନ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା କ୍ୟାଡ଼ରର ଏହି ୭ଜଣ ଅଫିସର ନିକଟରେ ବିଭିନ୍ନ ବ୍ଲକର ବିଡିଓ ଦାୟିତ୍ୱରେ ରହିଥିଲେ ।ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ହିଞ୍ଜିଳିକାଟୁ ପୌର ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଆଇଏଏସ୍ ପ୍ରଣିତା ଦାଶଙ୍କୁ ଦାୟିତ୍ୱ କରାଯାଇଛି । ସେହିପରି ୨୦୨୩ ବ୍ୟାଚ୍ ଆଇଏଏସ୍ ଆସିନ୍ ଏଏଲଙ୍କୁ ରାଇରଙ୍ଗପୁର ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ, ଆଇଏଏସ୍ କସ୍ତୁରୀ ପଣ୍ଡାଙ୍କୁ ଭବାନୀପାଟଣା ମ୍ୟୁନିସପାଲଟି କାଯ୍ୟଁନିର୍ବାହୀ ଅଧିକାରୀ, ଜେଜେସ୍ୱିନୀ ବେହେରାଙ୍କୁ ତାଳଚେର ମ୍ୟୁନିସପାଲଟି, ଦୁଧା ଅଭିଷେକ ଦିଲ୍ଲୀପଙ୍କୁ ଜଳେଶ୍ୱର ମ୍ୟୁନିସପାଲଟି, ପ୍ରେକ୍ଷା ଅଗ୍ରୱାଲଙ୍କୁ ଆନନ୍ଦପୁର ମ୍ୟୁନିସପାଲଟି ଏବଂ ଆଇଏଏସ୍ ସି ଶରଭାନନଙ୍କୁ ଝାରସୁଗୁଡ଼ା ମ୍ୟୁନିସପାଲଟିର କାର୍ଯ୍ୟନିବାହୀ ଅଫିସର ଭାବେ ନିଯୁକ୍ତି ମିଳିଛି ।

Leave a Reply

Your email address will not be published. Required fields are marked *