ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନା ଅଧିକ: ଜନସ୍ବାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର, ୨୪/୧: ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢିବା ସାଙ୍ଗକୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହାରିମଧ୍ୟରେ ଓମିକ୍ରନ ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ସୂଚନା ଦେଇଛନ୍ତି। ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେବା ସମ୍ଭାବନା ଅଧିକ ଓ ଖୁବ ଶୀଘ୍ର ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ଓ
ମେଟ୍ରୋରେ ୮୦ରୁ ୯୦ ପ୍ରତିଶତ ଓମିକ୍ରନ ଷ୍ଟ୍ରେନ୍‌ ଆସୁଛି।ରାଜ୍ୟରେ ସେ ତଥ୍ୟ ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିିିଛନ୍ତି। ଅନ୍ତର୍ଜାତୀୟ ଟ୍ରାଭେଲ ତଥ୍ୟ ନ ଥାଇ ବହୁ ପଜିଟିଭ ହେଲେ ଗୋଷ୍ଠୀ ସଂକ୍ରମଣ କୁହାଯିବ।