ବୋହୂ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ହ୍ୟୁମାନଙ୍କ ମାଆ

ଭୁବନେଶ୍ୱର,୨୦/୧: ପାରିବାରିକ ବିବାଦରେ ଛନ୍ଦି ହୋଇଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତ୍ନୀ ଶ୍ରେୟାଙ୍କ ଅଭିଯୋଗ ପରେ କାଲି ଥାନାକୁ ଡକାଇ ଉଭୟ ପତୀପତ୍ନୀଙ୍କୁ କାଉନସେଲିଂ କରିଛି ପୁଲିସ । ହେଲେ ଏହାରି ଭିତରେ ହ୍ୟୁମାନଙ୍କ ମାଆ ବୋହୂ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ହ୍ୟୁମାନ ସାଗରଙ୍କ ମାଆ କହିଛନ୍ତି, ବୋହୂ ତାଙ୍କର ମଦ ପିଅନ୍ତି । ବୋହୂଙ୍କ ପୂରା ପରିବାର ଅର୍ଥାତ୍ ଶ୍ରେୟାଙ୍କ ବାପା, ମାଆ ଓ ଭାଇ ମଦ ପିଉଥିଲେ । ଆଉ ସେମାନେ ହିଁ ହ୍ୟୁମାନ ସାଗରଙ୍କୁ ମଦ ପିଆଉଥିଲେ । ଏହି ପାରିବାରିକ ବିବାଦରେ ଉଭୟ ପୁଅ ଓ ବୋହୂଙ୍କ ଭୁଲ ଥିବା କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ । ଖାଲି ଏତିକି ନୁହେଁ ବୋହୂ ନାଁରେ ପୁଅ ଜମି କିଣିଛି । ହ୍ୟୁମାନଙ୍କ ଟଙ୍କାକୁ ଶ୍ରେୟା ତାଙ୍କ ବାପାଙ୍କୁ ଦେଉଥିଲେ । ଏବଂ ହ୍ୟୁମାନଙ୍କ ଶାଶୂଙ୍କ ପରକୀୟ ପ୍ରୀତି ରହିଛି ବୋଲି ହ୍ୟୁମାନ ସାଗରଙ୍କ ମାଆ କ୍ୟାମେରା ଆଗରେ କହିଛନ୍ତି ।