ପତ୍ନୀ ଶ୍ରୀୟା ହ୍ୟୁମାନଙ୍କ ନାମରେ ଆଣିଲେ ସଂଗୀନ ଅଭିଯୋଗ, କହିଲେ ଅଶାନ୍ତିର କାରଣ ଥାର୍ଡ ପର୍ସନ

ଭୁବନେଶ୍ୱର,୨୨/୧: ଓଲିଉଡ୍ ଗାୟକ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଶ୍ରେୟା ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡି ହାତରେ ଗଡୁଛି । ଏହି ମାମଲା ଥାନାରେ ପହଞ୍ଚିବା ପରେ ହ୍ୟୁମାନ ତାଙ୍କ ତରଫରୁ ସମସ୍ୟାର ସମାଧାନ କଥା ମଧ୍ୟ କହିଥିଲେ । କିନ୍ତୁ ଏବେ ତାଙ୍କ ପତ୍ନୀ ଶ୍ରେୟା ଯେଉଁସବୁ ଅଭିଯୋଗ ଆଣିଛନ୍ତି, ତାହା ସମ୍ପର୍କରେ ସୁଧାର ଆଣିବା ପରିବର୍ତେ ଅଧିକ ଜଟିଳ କରିଦେଇଛି । ହ୍ୟୁମାନ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା କଥା ପୁଣି ଦୋହରାଇବା ସହ ପ୍ରଚୁର ମଦ୍ୟପାନ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ମଦ ପିଇବାକୁ ବାରଣ କରିବାରୁ ମାଡ଼ ମରାଯାଉଥିବା କଥା କହିଛନ୍ତି । ଏସବୁ ଭିତରେ ଶ୍ରେୟା ପରକୀୟା ପ୍ରୀତି କଥା ମଧ୍ୟ ଉଠାଇଛନ୍ତି । ହ୍ୟୁମାନଙ୍କ ଜୀବନରେ ସେହି ତୃତୀୟ ବ୍ୟକ୍ତି ଜଣକ କିଏ ଅଛନ୍ତି, ସେକଥାର ଖୁଲାସା କରିନାହାନ୍ତି ଶ୍ରେୟା । ଶ୍ରେୟା ଜାନୁଆରୀ ୩୦ ତାରିଖ ଯାଏଁ ସମୟ ଦେଇଛନ୍ତି । ୩୦ ତାରିଖ ପରେ ଶ୍ରେୟା ସେହି ତୃତୀୟ ବ୍ୟକ୍ତିଙ୍କ ବିଷୟରେ ଖୁଲାସା କରିପାରନ୍ତି ବୋଲି ଜଣାପଡ଼ୁଛି ।