ଲକଡାଉନରେ ଘରେ ବନାନ୍ତୁ ଭେଜ ମୋମୋ

ଆବଶ୍ୟକ ପ୍ରଣାଳୀ:
ମଇଦା, ପିଆଜ, ବନ୍ଧାକୋବି, ଗାଜର, ଅଦା, ରସୁଣ, ଶୁଖିଲା ଲଙ୍କା, କଞ୍ଚାଲଙ୍କା, ଧନିଆ ପତ୍ର, ସୋୟାସସ, ଗୋଲମରିଚ ଗୁଣ୍ଡ, ଭେଜ ମସଲା, ଗରମ ମସଲା, ସୋରିଷ ତେଲ, ଲୁଣ, ଟମାଟୋ
ପ୍ରସ୍ତୁତୀ ପ୍ରଣାଳୀ:
ପ୍ରଥମ ପର୍ଯ୍ୟାୟରେ ପରିବାକୁ ଗାଜର ଓ ବନ୍ଧାକୋବିକୁ ଛୋଟ ଛୋଟ ସାଇଜର କାଟି ରଖନ୍ତୁ । ତାପରେ ଦୁଇଟି ପିଆଜକୁ ମଧ୍ୟ ଛୋଟ ଛୋଟ ସାଇଜର କାଟନ୍ତୁ । ରସୁଣ ଓ କଞ୍ଚା ଲଙ୍କା, ଅଦା ଛେଚିକି ରଖନ୍ତୁ । ତାପରେ ମୋମୋ ଖୋଳପା ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟେ ପାତ୍ରରେ ମଇଦା, ସ୍ୱାଦ ଅନୁସାରେ ଲୁଣ, ଅଳ୍ପଟିକେ ପାଣି ପକେଇ ଚକଡ଼ନ୍ତୁ । ତାପରେ ଅଳ୍ପଟିକେ ତେଲ ପକେଇ ଚକଡ଼ନ୍ତୁ । ସେଥିରେ ଅଳ୍ପ ଅଳ୍ପ ପାଣି ଦେଇ ରୁଟି ପାଇଁ ଅଟାଗୁଳା ବନେଇଲା ପରି ପ୍ରସ୍ତୁତ କରନ୍ତୁ । ଚକଡ଼ି ସାରିଲା ପରେ ଏକ ଘୋଡ଼ଣୀ ମାଧ୍ୟମରେ ଅଧଘଣ୍ଟା ଘୋଡ଼େଇ ରଖନ୍ତୁ । ଦ୍ୱିତୀୟ ପର୍ଯ୍ୟାୟରେ ସେଥିରେ ପୂର ଦେବା ପାଇଁ ଗ୍ୟାସ ଅନ କରି ଏକ ପ୍ୟାନ ବସାନ୍ତୁ । କଢ଼େଇ ଗରମ ହେବା ପରେ ସେଥିରେ ୨ଚାମଚ ସୋରିଷ ତେଲ ପକାନ୍ତୁ । ତେଲ ଗରମ ହେବା ପରେ ସେଥିରେ ଅଦା ରସୁଣ ଛେଚା ଓ କଟା କଞ୍ଚା ଲଙ୍କା କୁ ପକେଇ ଅଳ୍ପ ଆଞ୍ଚରେ ଭାଜନ୍ତୁ । ଅଦା ରସୁଣର କଞ୍ଚା ବାସ୍ନା ଗଲାପରେ ସେଥିରେ କଟା ପିଆଜକୁ ପକାନ୍ତୁ । ୨ମିନିଟ ଭାଜିବା ପରେ ପିଆଜ ଟିକେ ନରମ ହେବା ପରେ କାଟି ରଖିଥିବା ସବୁ ପରିବାକୁ ପକାନ୍ତୁ । ପରିବାକୁ ଅଳ୍ପ ସିଝେଇବେ କାରଣ ଖାଇଲା ବେଳେ ଟିକେ ଖ୍ରଞ୍ଚି ଲାଗିଲେ ପାଟିକୁ ଭଲ ଲାଗିଥାଏ । ତାପରେ ଅଳ୍ପ ଟିକେ ସିଝିଗଲା ପରେ ଭେଜ ମସଲା, ଗୋଲମରିଚ ଗୁଣ୍ଡ, କଟା ଧନିଆ ପତ୍ର, ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ସୋୟା ସସ, ପକେଇ ଅଳ୍ପ ଟିକେ ଭାଜନ୍ତୁ । ବେଶି ଭାଜିବେନି ଏହା ବେଶି ସିଝିଗଲାପରେ ଖାଇବାକୁ ଭଲ ଲାଗିନଥାଏ । ୨ରୁ ୩ମିନିଟ ହେବା ପରେ ଗ୍ୟାସ ଅଫ କରି ଏକ ପାତ୍ରକୁ କାଢ଼ି ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ । ତାପରେ ଘୋଡ଼େଇକି ରଖିଥିବା ମଇଦା ଗୁଳାକୁ ଆଉଥରେ ୨ରୁ ୩ମିନିଟ ଚିକ୍କଣ କରି ଚକଡ଼ନ୍ତୁ । ତାପରେ ରୁଟି କରିବା ପାଇଁ ଅଟା ଗୁଳା କଲାପରି କରନ୍ତୁ । ମୋମୋ ବନେଇବା ପାଇଁ ଭଜା ମଣ୍ଡା ପିଠା କଲା ପରି ଖୋଳପା ବନାନ୍ତୁ । ମଝି ଭାଗ ମୋଟା କରି ମନେ ରଖିବେ ବେଶି ମୋଟାକରିବେ ନାହିଁ ତାପରେ ଚାରି ପାଶ୍ୱର୍ ପତଳା କରନ୍ତୁ । ତାପରେ ସେଥିରେ ପରିବାରେ ବନେଇଥିବା ପୁରକୁ ସେଥିରେ ଦେଇ ଚାରିପଟ ମୁଜନ୍ତୁ । ମୋମୋର ଭିନ୍ନ ଭିନ୍ନ ଷ୍ଟାଇଲ ବନାନ୍ତୁ । ମୋମୋ ପ୍ରସ୍ତୁତ କଲାପରେ ଏକ ଇଟିଲ ଛାଞ୍ଚରେ ଟିକେ ତେଲ ଲଗାଇ ଗୋଟେ ଗୋଟେ ରଖନ୍ତୁ । ତାପରେ ତାକୁ ସିଝିବାକୁ ଛାଡ଼ନ୍ତୁ । ସିଝିଗଲାପରେ ଏକ ପାତ୍ରକୁ କାଢ଼ନ୍ତୁ । ମୋମୋ ଚଟଣୀ ବନେଇବା ପାଇଁ ଟମାଟୋ ଓ ୪ ରୁ ୫ସୁଖିଲା ଲଙ୍କା ଓ ଧଳା ରାଶିକୁ୧୫ ମିନିଟ ପାଣିରେ ଭିଜେଇ ରଖନ୍ତୁ । ଭଲ ସେ ଭିଝି ଗଲାପରେ ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରନ୍ତୁ । ତାପରେ ଗ୍ୟାସ ଅନ କରି ଏକ ପ୍ୟାନ ଗରମ କରନ୍ତୁ ।ପ୍ୟାନ ଗରମ ହେବାପରେ ତେଲ ପକାନ୍ତୁ । ତାପରେ କଟା ରସୁଣ ପକେଇ ଭାଜନ୍ତୁ । ତାପରେ ହାଲକା ବାଦାମୀ ରଙ୍ଗ ହେବା ପରେ ବାଟି ରଖିଥିବା ଟମାଟୋ, କଞ୍ଚା ଲଙ୍କା ଓ ଧଳା ରାଶିକୁ ପକାନ୍ତୁ । ସେଥିରେ ଅଳ୍ପଟିକେ ସୋୟା ସସ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଘାଣ୍ଟନ୍ତୁ । ୨ରୁ୩ ମିନିଟ ଛାଡ଼ନ୍ତୁ ଫୁଟିବା ପାଇଁ । ଫୁଟିଗଲା ପରେ ଏକ ପାତ୍ରକୁ କାଢ଼ି ଗରମା ଗରମ ମୋମୋ ଓ ଚଟଣୀ ପରସନ୍ତୁ ।