ଅପରାଧ ନିୟନ୍ତ୍ରଣ ପାଇଁ ହୋଟେଲରେ ଚେକିଂ କଡ଼ାକଡ଼ି

ଭୁବନେଶ୍ୱର,୩୧/୫:ରାଜ୍ୟରେ ଏବେ ଅପରାଧ ବଢ଼ିବାରେ ଲାଗିଛି। ତେଣୁ ଅପରାଧ ନିୟନ୍ତ୍ରଣ ପାଇଁ ଭୁବନେଶ୍ବରର ହୋଟେଲ ଗୁଡ଼ିକରେ ଚେକିଂକୁ କଡାକଡି କରାଯାଇଛି। ରାତିରେ ରାଜଧାନୀର ୫୮ଟି ହୋଟେଲକୁ ଯାଞ୍ଚ କଲା କମିସନରେଟ ପୋଲିସ। ମାଷ୍ଟରକ୍ୟାଣ୍ଟିନ୍‌ରେ ୧୪, ରାଜମହଲ ନିକଟରେ ୨୭ଟି ହୋଟେଲ,ବୁଧେଶ୍ବରୀରେ ୭ ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ୧୦ଟି ହୋଟେଲରେ ଯାଞ୍ଚ କରାଯାଇଛି।