ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି, ୩୫ ଡିଗ୍ରୀ ଉପରେ ରହୁଛି ତାପମାତ୍ରା

ଭୁବନେଶ୍ୱର,୧୦/୧୦: ଅକ୍ଟୋବରରେ ଅସ୍ତବ୍ୟସ୍ତ କଲାଣି ଗ୍ରୀଷ୍ମ ଭଳି ତାତି । ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଗତକାଲି ୩୫ ଡିଗ୍ରୀ ଉପରେ ରହିଥିଲା ୧୭ ସହରର ତାପମାତ୍ରା ।  କୋରାପୁଟ ଭଳି ପାହାଡିଆ ଅଞ୍ଚଳରେ ମଧ୍ୟ ରାତିରେ ତାପମାତ୍ରା କମ୍ ରହୁଥିଲେ ବି ଦିନରେ ପ୍ରବଳ ଗରମ ହେଉଛି ।ସେହିପରି ଗତକାଲି ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଦଶମିକ ୪ ଡିଗ୍ରୀ ସେଲସିୟସ୍ ରହିଥିଲା । ଯାହାକି ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ । ହେଲେ ଆର୍ଦ୍ରତା ଅଧିକ ରହୁଥିବାରୁ ରାଜଧାନୀରେ ତାତି ୪୦ ଡିଗ୍ରୀ ପରି ଅନୁଭବ ହେଉଛି ।