ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ଫି ଛାଡ

ଭୁବନେଶ୍ୱର, ୧୨/୩: ରାଜ୍ୟରେ କରୋନା ସଂକ୍ରମଣ କମିଛି। କିନ୍ତୁ ଏବେ ବି ସ୍ଥିତି ସୁଧୁରିନି। ଏହାସହ କରୋନା ପାଇଁ ପ୍ରାୟ ସମସ୍ତିଙ୍କ ଅର୍ଥନୀତି ଉପରେ ବେଶ ପ୍ରଭାବ ପଡିଛି। ତେଣୁ  କରୋନା ପାଇଁ ସରକାରୀ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଫି’ ଛାଡ କରାଯାଇଛି । ଫି’ ଛାଡ ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ୧୭ ହଜାର ୧୨ ଜଣ ଛାତ୍ରଛାତ୍ରୀଙ୍କ ୫ କୋଟି ୧୦ ଲକ୍ଷ ଟଙ୍କା ଛାଡ ହୋଇଛି ।