ବିକାଶ ମଲ୍ଟି ସ୍ପେଶାଲ ହସ୍ପିଟାଲର ଶୁଭାରମ୍ଭ

ଭୁବନେଶ୍ୱର, ୭/୫:  ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର। କରୋନା ଚେନ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ କୋଭିଡର ମୁକାବିଲା ପାଇଁ ବରଗଡରେ ବିକାଶ ମଲ୍ଟି ସ୍ପେଶାଲ ହସପିଟାଲର ଶୁଭାରମ୍ଭ ହୋଇଛି। ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ଶହେ ଭେଂଟିଲେଟର ସହ ଆଇସିୟୁ ବେଡର  ବ୍ୟବସ୍ଥା ରହିଛି। ଯାହାଦ୍ୱାରା ଉପକୃତ ହେବେ ପଶ୍ଚିମ ଓଡ଼ିଶାବାସୀ।