ଭୁବନେଶ୍ୱର,୧୨/୦୩: ଆଗକୁ ଆସୁଛି ହୋଲି । ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ । ଏପରି ଅମାନିଆଙ୍କୁ ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମୀନା । ତାଙ୍କ କହିବା ମୁତାବକ, ହୋଲି ସମୟରେ ଅତୀତରେ ଘଟିଥିବା ଅଘଟଣକୁ ନଜରରେ ରଖି ପୁଲିସ ସଜାଗ ରହିଛି । ତେବେ ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କ ଉପରେ ନଜର ରଖିବା ସହ ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ହୋଲି ବାବଦରେ ବୁଝାଇବେ । ଆଗରୁ ଯେଉଁ ଯେଉଁ ସ୍ଥାନରେ ପୂର୍ବରୁ ଦୁର୍ଘଟଣା ଘଟିଛି, ସେହି ସ୍ଥାନରେ ପୁଲିସ ଏବଂ ଦମକଳ ବାହିନୀ ମୃତୟନ କରାଯିବ ବୋଲି କହିଛନ୍ତି ଭୁବେନଶ୍ୱର ଡିସିପି । ଅନ୍ୟପଟେ ନଦୀ ପଠା ଏବଂ କେନାଲ ଉପରେ ନଜର ରଖିଛି ପୁଲିସ ବିଭାଗ । ମଦ ପିଇ ଗାଡି ଚଲାଉଥିଲେ କିମ୍ବା ରୋଡ ଉପରେ ଅସଦାଚାରଣ କରୁଥିବା ଲୋକଙ୍କ ଉପରେ ପୋଲିସ୍ କଡା ନଜର ରଖିଛି । ରାସ୍ତା ଉପରେ ଝଗଡ଼ା, ଗଣ୍ଡଗୋଳ ପାଇଁ ପୁଲିସ ପେଟ୍ରୋଲିଂ ଟିମ ଜଗିବେ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।