କରୋନା ଭୟ, ପୁରୀରେ ଲାଗିଲା ହୋଲି କଟକଣା

ପୁରୀ, ୨୩/୩: ରାଜ୍ୟରେ ଏବେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ତେଣୁ କୋଭିଡର ଦ୍ବିତୀୟ ଲହରକୁ ଦୃଷ୍ଟି ରେ ରଖି  ପୁରୀରେ ହୋଲି କଟକଣା ଲାଗୁ ହୋଇଛି । ହୋଲି ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ସର୍ବସାଧାରଣ ସ୍ଥାନରେ ହୋଲି ଖେଳିବା ଉପରେ କଟକଣା ଲାଗୁ ହୋଇଛି । କଟକଣା ଅନୁପାଳନ ନେଇ ପୋଲିସ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।