ଓଡ଼ିଶାରେ ହକି ବିଶ୍ବକପ୍ ୨୦୨୩ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର, ୧୧/୧୨: ଓଡ଼ିଶାରେ ହକି ବିଶ୍ବକପ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ରାଉରକେଲାରେ ଆନ୍ତର୍ଜାତୀୟ ହକି ଫେଡେରେସନ ଅଧ୍ୟକ୍ଷ, ହକି ଫେଡେରେସନ ଅଧ୍ୟକ୍ଷ ନରିନ୍ଦର ବାତ୍ରା ଓ ଅଫିସିଆଲ ଟିମ୍ ପହଞ୍ଚିଛନ୍ତି। ଅନ୍ୟପଟେ କ୍ରୀଡ଼ା ମନ୍ତ୍ରୀ, 5ଟି ସଚିବ, ମୁଖ୍ୟ ଶାସନ ସଚିବ ରାଉରକେଲା ଆସିବେ। ସମସ୍ତେ ବିଜୁ ପଟ୍ଟନାୟକ ହକି ଷ୍ଟାଡିଅମ ପରିଦର୍ଶନ କରିବେ। ହକି ବିଶ୍ବକପ୍ ୨୦୨୩ ପାଇଁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରିବେ ବୋଲି ମଧ୍ୟ ସୂଚନା ମିଳିଛି।