ଭାରତୀୟ ମହିଳା ହକି ଟିମ୍‌ ସହ VC ଯୋଗେ କଥା ହେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୬/୮: ଭାରତୀୟ ମହିଳା ହକି ଟିମ୍‌ ସହ ଭିଡିଓ କନଫରେନ୍ସେ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗ୍ରେଟ୍‌ ବ୍ରିଟେନ ବିପକ୍ଷରେ ମହିଳା ଟିମ୍‌ ଭଲ ଖେଳିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବ୍ରିଟେନ ସହ ଲଢ଼ୁଆ ଖେଳ ପ୍ରଦର୍ଶନ ପାଇଁ ସାରା ଦେଶ ଗର୍ବିତ । ଭବିଷ୍ୟତର ସଫଳତା ପାଇଁ ଟିମ୍‌କୁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସେହିପରି ମୁଖ୍ୟମନ୍ତ୍ରୀ  ଭାରତୀୟ ମହିଳା ହକି ଟିମ୍‌କୁ ଲଢ଼ୁଆ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ଆଜି ଟୋକିଓ ଅଲିମ୍ପିକ୍ସରେ ମହିଳା ହକି ବ୍ରୋଞ୍ଜ ପଦକ ପ୍ରତିଯୋଗିତାରେ ଗ୍ରେଟ୍‌ ବ୍ରିଟେନ୍‌ ଠାରୁ ଭାରତ ପରାଜିତ ହୋଇଛି। ୩-୪ ଗୋଲ୍‌ରେ ଗ୍ରେଟ୍ ବ୍ରିଟେନ ଠାରୁ ହାରିଛି ଭାରତୀୟ ମହିଳା ହକି ଟିମ୍‌ ।