ହକିରେ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଭୁବନେଶ୍ୱରରେ ଜୋରଦାର ସ୍ୱାଗତ

ଭୁବନେଶ୍ୱର, ୨୧/୦୮:  ପ୍ୟାରିସ ଅଲିମ୍ପିକ୍ସରେ ହକିରେ ବ୍ରୋଞ୍ଜ ପଦକ ବିଜେତାଙ୍କୁ ଭୁବନେଶ୍ୱରରେ ଜୋରଦାର ସ୍ୱାଗତ କରାଯାଇଛି। ରୋଡ଼ ଶୋ କରି ବିମାନ ବନ୍ଦର ଠାରୁ କଳିଙ୍ଗ ଷ୍ଟାଡିୟମକୁ ଯାଇଛନ୍ତି ଖେଳାଳି। ରୋଡ଼ ଶୋରେ ଶହ ଶହ ଲୋକ ସାମିଲ ହୋଇଛନ୍ତି।  ବିମାନ ବନ୍ଦର ନିକଟରେ ସାଧାରଣ ଲୋକେ ଓ କଳାକାର ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ଦଳର ଖେଳାଳିଙ୍କୁ ରାଜ୍ୟ କନଭେନସନ ହଲରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ। ପୂର୍ବ ଘୋଷଣା ଅନୁଯାୟୀ ପ୍ରତି ଖେଳାଳିଙ୍କୁ ୧୫ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଖେଳାଳି ଅମିତ ରୋହିଦାସଙ୍କୁ ୪କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।