ହକିପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥର ନିଷ୍ପତ୍ତି

ଭୁବନେଶ୍ବର,୧୨/୧: ଭୁବନେଶ୍ୱର ଏବଂ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଏଫଆଇଏଚ ପୁରୁଷ ହକି ବିଶ୍ୱକପ।  ୨୦୨୩ ସମୟରେ ଯାତ୍ରୀଙ୍କ ଚାହିଦା ଏବଂ ଅତିରିକ୍ତ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ଏବଂ ରେଳ ଯାତ୍ରୀମାନଙ୍କୁ ଉତ୍ତମ ଯାତ୍ରା ସୁବିଧା ବିଶେଷ ଭାବେ ହକିପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇଦେବାପାଇଁ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଚଳିତ ଜାନୁଆରି ମାସରେ ଏହି ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ କରିବ। ୦୨୮୩୪ ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଭୁବନେଶ୍ୱରରୁ ୧୪ ରୁ ୩୦ ଜାନୁଆରି ୨୦୨୩ ମଧ୍ୟରେ ପ୍ରତ୍ୟେକ ସୋମବାର, ବୁଧବାର, ଗୁରୁବାର ଏବଂ ଶନିବାର ଦିନ ମାନଙ୍କରେ ସନ୍ଧ୍ୟା  ୮ଟା ୨୫ରେ  ଛାଡି ରାଉରକେଲା ଯାତ୍ରା କରିବ।

ଫେରିବା ମାର୍ଗରେ ୦୨୮୩୩ ରାଉରକେଲା-ଭୁବନେଶ୍ୱର ସ୍ପେଶାଲ ରାଉରକେଲା ଠାରୁ ୧୫ ରୁ ୩୧ ଜାନୁଆରି ମଧ୍ୟରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର, ଶୁକ୍ରବାର ଏବଂ ରବିବାର ଦିନ ମାନଙ୍କରେ ରାତି ୧୧ଟା ୨୫ରେ ଭୁବନେଶ୍ୱର ଯାତ୍ରା କରିବ।