ଭୁବନେଶ୍ୱର,୧୨/୦୧: ଦେଶରେ ବଢୁଛି ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା । ଜାନୁଆରୀ ୩ରେ ବେଙ୍ଗାଲୁରରୁ ଦେଶର ପ୍ରଥମ ଏଚଏମପିଭି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସପ୍ତାହକ ଭିତରେ ଭାରତରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ୧୭ରେ ପହଁଚିଛି । ଯଦିଓ ଏହି ଭୂତାଣୁ ଅଧିକ ମାରତ୍ମକ ନୁହେଁ ବୋଲି କୁହାଯାଉଛି, ତଥାପି ସଂକ୍ରମଣ ବଢ଼ି ଚାଲିଚି । ଯାହାକୁ ନଜରରେ ରଖି ସଜାଗ ହୋଇଛି ସ୍ବାସ୍ଥ୍ୟମନ୍ତ୍ରାଳୟ । କେନ୍ଦ୍ର ସ୍ବସ୍ଥ୍ୟମନ୍ତାଳୟ ବୈଠକ କରିଛି। ବୈଷୟିକ ପରାମର୍ଶଦାତା କମିଟିର ସଦସ୍ୟଙ୍କ ସହ ଭୂତାଣୁ ସମ୍ପର୍କରେ ଆଲୋଚନା ହୋଇଛି। ଦେଶରେ ଏଚଏମପିଭି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଓଡ଼ିଶା ସରକାର ମଧ୍ୟ ସତର୍କ ରହିଛନ୍ତି । ସମସ୍ତ ଜିଲ୍ଲାକୁ ସର୍ଭେଲାନ୍ସରେ ରଖାଯାଇଛି । ଔଷଧ ଓ ଅକ୍ସିଜେନ, ଷ୍ଟେରଏଡ୍ ମହଜୁଦ୍ ରଖିବାକୁ ହସ୍ପିଟାଲ ଗୁଡିକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କେନ୍ଦ୍ର ପକ୍ଷରୁ ଏଚଏମପିଭି ଗାଇଡଲାଇନ ଆସିଲେ, ତାକୁ ପାଳନ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ବିଜୟ ମହାପାତ୍ର । ସରକାର ସଜାଗ ହୋଇଥିବାବେଳେ ଘରେ ଘରେ ଥଣ୍ଡା, ଜ୍ବର ଓ କାଶ ଦେଖିବାକୁ ମିଳୁଛି । ତେବେ ସତର୍କ ରହିବା ସହ ଗହଳି ସ୍ଥାନକୁ ଯାଉଥିଲେ ମାସ୍କ ପିନ୍ଧିବାକୁ ପରମର୍ଶ ଦେଇଛନ୍ତି ।