ଭୁବନେଶ୍ୱର,୭/୦୧: ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଚାଲିଛି । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ଅଛନ୍ତି। HMPV କୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଭୟଭୀତ ନ ହେବା ପାଇଁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । HMPV ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଆଲୋଚନା ହୋଇଛି । ଚିନ୍ତା ବଢାଇଛି HMPV ଭାଇରସ୍ । କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏଚ୍ଏମ୍ପି ଭାଇରସ୍ ଚିହ୍ନଟ। ନାଗପୁରରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ରିପୋର୍ଟରେ ଜଣାପଡିଛି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ପିଲା ରହିଛନ୍ତି । ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି । ଏହାପରେ ମହାରାଷ୍ଟ୍ର ସରକାର ଏଚ୍ଏମ୍ପି ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସଂକ୍ରମିତଙ୍କ ପାଖରେ ଜ୍ବର, ଥଣ୍ଡା, କାଶ ସମେତ ଶ୍ଵାସକ୍ରିୟାରେ ସମସ୍ୟା ଦେଖା ଦେଉଛି ।