ଚଳିତବର୍ଷ ଅଗ୍ନିବର୍ଷା ହେବ: ଆଇଏମଡି

ଭୁବନେଶ୍ୱର, ୨/୩: ଦିନକୁ ଦିନ ଖରା ତାତି ସହ ଗରମ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ IMD ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିିିଛନ୍ତି ଯେ ଚଳିତବର୍ଷ ମାର୍ଚ୍ଚରୁ ମେ ତିନି ମାସ ପ୍ରବଳ ତାତି ସହ  ଅଗ୍ନିବର୍ଷା  ହେବ। ରାଜ୍ୟରେ ଏଥର ସାଧାରଣ ତାପମାତ୍ରାଠାରୁ ୦.୬୬ ଡିଗ୍ରୀ ଅଧିକ ରହିବ । ତେଣୁ ଏଥର ପୂର୍ବ ଅପେକ୍ଷା ଅଧିକ ଦିନ ହିଟ୍ ୱେଭ୍ ରହବାର ସମ୍ଭାବନା ରହିଛି। ସାଧାରଣତଃ ମାର୍ଚରୁ ମେ ଭିତରେ ୫ରୁ ୭ ଦିନ ପାଇଁ ହିଟ୍‌ୱେଭ ରହିଥାଏ । ଏଥର ବିଶେଷ କରି ଉତ୍ତର ଭାରତରେ ଅଗ୍ନିବର୍ଷା ହେବ ।