ଉପରେ ମୁଣ୍ଡରେ ପ୍ରବଳ ବର୍ଷା, ଖୋଲିଲା ହୀରାକୁଦର ଆଉ ୮ ଟି ଗେଟ

ଭୁବନେଶ୍ୱର,୫/୮: ଉପର ମୁଣ୍ଡରେ ବର୍ଷା ଯୋଗୁ ହୀରାକୁଦରେ ଜଳସ୍ତର କ୍ରମାଗତ ଭାବେ ବଢିବାରେ ଲାଗିଛି । ଯେଉଁଥିପାଇଁ  ହୀରାକୁଦର ଆଉ ୮ ଟି ଗେଟ ଖୋଲାଯାଇଛି । ଗତ ଶୁକ୍ରବାର ୧୦ ଟି ଖୋଲାଯାଇଥିବା ବେଳେ ଶନିବାର ୮ ଟି ଖୋଲାଯାଇଛି ।ମୋଟ ଉପରେ ୨୦ ଟି ଗେଟ ଦେଇ ଜଳ ନିସ୍କାସନ ହେଉଛି । ହୀରାକୁଦର ଜଳସ୍ତର ୬୨୧ ଫୁଟ ଉପରେ ରହିଛି । ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୨ ହଜାର ୫୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୧୫ ହଜାର ୬୮୦ କ୍ୟୁସେକ ଜଳ ନିସ୍କାସନ କରାଯାଉଛି ।