ଖୋଲିଲା ହୀରାକୁଦ ଜଳଭଣ୍ଡାରର ଗେଟ୍

ଭୁବନେଶ୍ୱର,୨୩/୦୭: ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ ହେଉଛି । ପ୍ରଥମେ ହୀରାକୁଦର ୭ ନମ୍ବର ଗେଟ୍ ଖୋଲାଯାଇଛି । ବାମ ପାଶ୍ୱର୍ର ୩ଟି ଓ ଡାହାଣ ପାଶ୍ୱର୍ର ୨ଟି ଗେଟ୍ ଖୋଲାଯିବ । ଏହି ୫ଟି ଗେଟ୍ ଦ୍ୱାରା ୭୫ ହଜାର କ୍ୟୁସେକ୍ ଜଳ ତଳମୁଣ୍ଡକୁ ନିଷ୍କାସିତ ହେବ ।ହୀରାକୁଦ ଜଳସ୍ତର ଦ୍ରୁତ ଗତିରେ ବଢିବାରେ ଲାଗିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮୮ ହଜାର ୯୩୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪୦ ହଜାର ୭୮୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଏବେ କଲମାର ୬୬ଟି ଗେଟ୍ ଖୋଲା ରହିଛି । ଜୁନ୍ ୧୬ ତାରିଖରେ ଅକ୍ଟୋବର ୧ ତାରିଖ ଯାଏଁ କଲମାର ସମସ୍ତ ଗେଟ୍ ଖୋଲା ରହେ ।