ହୀରାକୁଦରେ କମୁଛି ଜଳସ୍ତର

ଭୁବନେଶ୍ୱର,୧୭/୮: ବଢୁଥିବା ବନ୍ୟା ଆଶଂକା ମଧ୍ୟରେ ଆସିଲା ଆଶ୍ୱସ୍ତିକର ଖବର । ହୀରାକୁଦରେ ଜଳସ୍ତର କମିଛି । ଗତକାଲି ହୀରାକୁଦରୁ ୪୦ଟି ଗେଟ୍ ଦେଇ ବନ୍ୟା ଜଳ ନିସ୍କାସିତ ହୋଇଥିଲା । ବର୍ତ୍ତମାନ ହୀରାକୁଦରେ ଜଳସ୍ତର କମିଥିବା ନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ସୂଚନା ଅନୁସାରେ, ହୀରାକୁଦରେ ଜଳସ୍ତର ଧିରେ ଧିରେ କମିବାରେ ଲାଗିଛି । ହୀରାକୁଦରୁ ଛଡାଯାଇଥିବା ପାଣି ଖଇର ମାଳିରେ ପହଞ୍ଚିଛି । ଆସନ୍ତାକାଲି ସକାଳେ ଛଡାଯାଇଥିବା ପାଣି ମୁଣ୍ଡଳୀରେ ପହଞ୍ଚିବ । ହୀରାକୁଦ ଡ୍ୟାମରୁ ଛଡାଯାଇଥିବା ବନ୍ୟାଜଳ ମୁଣ୍ଡଳୀ ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ୍ ହେବ । ଏବେ ମୁଣ୍ଡଳୀ ପିକ୍ ଫ୍ଲଡ୍ ଅତିକ୍ରମ କରିବା ପରେ ପାଣି କମିଛି । ୪୦ଟି ଗେଟ ପାଣି ଛାଡିବା ପରେ ହୀରାକୁଦର ଲେବଲ ୬୨୬.୪୭ ରହିଛି ମୁଣ୍ଡଳିରେ ପାଣି କମୁଛି । ପାଣି ୧୦ଲକ୍ଷ ରହିବା ଆକଳନ କରାଯାଉଛି । ୩ଘଣ୍ଟାରେ ୨୩ରୁ ୨୪ ହଜାର କମିଲା । ବନ୍ଧ ସବୁ କିଭଳି ସୁରକ୍ଷିତ ରହିବ । ଘଳିଆ ପଡ଼ିଥିବା ସ୍ଥାନରେ ଲୋକଙ୍କୁ ସୁରକ୍ଷା ଦେବା ସହିତ ଘଳିଆ ବନ୍ଦ କରାଯିବାୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଆଉ ଘାଇ ଥିବା ସ୍ଥାନଗୁଡିକରେ ପାଣି କମିବା ପରେ ଯାହା ପଦକ୍ଷେପ ନିଆଯିବ । ରାଜୁଆ ,କାଣୀ ଓ କୁଶଭଦ୍ରାରେ ସୃଷ୍ଟି ହୋଇଥିବା ଘାଇ ସ୍ଥାନରେ ପାଣି କମିଲେ ମରାମତି ହେବ ।