ଭୁବନେଶ୍ୱର,୪/୮:ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ଆଜି ସନ୍ଧ୍ୟା ସୁଦ୍ଧା ୧୦ଟି ଗେଟ୍ ଖୋଲିବା ନେଇ ହୀରାକୁଦ ଡ୍ୟାମ୍ କର୍ତୃପକ୍ଷ ସୂଚନା ଦେଇଛନ୍ତି । ମଧ୍ୟାହ୍ନ ସାଢେ ୨ଟାରେ ୫ଟି ଗେଟ୍ ଖୋଲାଯାଇଥିବା ଏବେ ପୁଣି ଆଉ ୫ ଟି ଗେଟ ଖୋଲାଯାଇଛି । ପୂର୍ବରୁ ୨ଟି ଗେଟ ଖୋଲାଯାଇଥିଲା । ଏବେ ମୋଟ ୧୨ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ କରାଯାଉଛି । ପ୍ରତି ସେକେଣ୍ଡରେ ୧୫ ହଜାର କ୍ୟୁସେକ ଜଳ ନିସ୍କାସନ କରାଯାଉଛି । ବନ୍ୟା ଜଳ ଆସୁଥିବାରୁ ପ୍ରଶାସନକୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି । ଭାଙ୍ଗିଥିବା ଘାଇରେ ବାଲି ବସ୍ତା ପକାଇ ରଖାଯାଇଛି । ଅଧିକାରୀମାନଙ୍କୁ ସନ୍ଧ୍ୟା ଯାଏ ଗ୍ରାଉଣ୍ଡରେ ରହିବାକୁ ନିର୍ଦ୍ଦେଶ ଦେଇଛି ।